ଜାତୀୟ

ଜାନୁଆରୀ ୨୬ରେ ହୋଇଥିଲା ଦିଲ୍ଲୀ ବିସ୍ଫୋରଣ ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଆତଙ୍କ ପାଇଁ ଜାନୁଆରୀ ମାସରୁ ଯୋଜନା ପ୍ରସ୍ତୁତ କରିଥିଲା ଆକ୍ରମଣକାରୀ । ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଯୋଜନାବଦ୍ଧ ଆକ୍ରମଣ ପାଇଁ ଜାନୁଆଣୀ ୨୬ରେ ବିଦ୍ଧିବଦ୍ଧ ଭାବେ ଯୋଜନା ହୋଇଥିଲା । ଅଧିକାରୀଙ୍କ ସୂଚନା ମୁତାବକ ଗିରଫ ହୋଇଥିବା ଡାକ୍ତର ମାନଙ୍କ ମଧ୍ୟରୁ ଜଣେ ଜାନୁଆରୀ ୨୬ରେ ଲାଲକିଲ୍ଲା ଅଞ୍ଚଳ ଗସ୍ତ କରିଥିଲେ । ଏହୀ ଗସ୍ତ ଆକ୍ରମଣ ଯୋଜନାର ଏକ ଅଂଶ ଥିଲା । ଗସ୍ତ ସମୟରେ ସେମାନେ ଆକ୍ରମଣ ପାଇଁ ବିସ୍ତୃତ ଯାଞ୍ଚ କରିଥିଲେ । ଜାନୁଆଣୀ ୨୬ରେ ଗସ୍ତବେଳେ ଲାଲ୍ଲକିଳା ଅଞ୍ଚଳରେ ରେକି କରିଥିଲେ ଆକ୍ରମଣକାରୀ । ଅନ୍ୟପଟେ ବିସ୍ପୋରଣ ଘଟଣାରେ ଏପର୍ଯ୍ୟ ଦିଲ୍ଲୀର ଆନ୍ତଃରାଜ୍ୟ ସୀମା, ଗାଜିପୁର, ସିଙ୍ଘୁ, ଟିକ୍ରି ଏବଂ ବଦରପୁରରେ ସୁରକ୍ଷା ଯାଞ୍ଚ କରାଯାଉଛି ଏବଂ ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବରେ ଯାଞ୍ଚ ଉପରେ ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL