କେନ୍ଦ୍ରାପଡ଼ା: ନୂଆଦିଲ୍ଲୀରେ ସୋମବାର ରାତିରେ ବିସ୍ଫୋରଣ ପରେ ସାରା ଭାରତୀୟଙ୍କ ମଧ୍ୟରେ ଛନକା ପଶିଛି। ୧୦/୧୧ ମୁମ୍ବାଇ ଆକ୍ରମଣ ଦିନରେ ଏହି ଆକ୍ରମଣ ହୋଇଥିବା ଯୋଗୁଁ ସମୁଦ୍ରପଥରେ କଡ଼ାକଡ଼ି ଯାଞ୍ଚ୍ ଆରମ୍ଭ ହୋଇଛି । ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲାରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା ପୋଲିସ ଓ ମତ୍ସ୍ୟ ବିଭାଗ ପକ୍ଷରୁ ପୂରା ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଏବେ ପୋଲିସ ପଦକ୍ଷେପ ନେଇଛି।
ଦିଲ୍ଲୀ ବିସ୍ଫୋରଣ ପରେ ସାମୁଦ୍ରିକ ଥାନାଞ୍ଚଳରେ ହାଇଆଲର୍ଟ, ମଝି ସମୁଦ୍ରରେ ପଇଁତରା ମାରୁଛି ପୋଲିସ









