ଓଡ଼ିଶା

ଭୁବନେଶ୍ୱରରେ ହାଇଆଲର୍ଟ: ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡରେ ଚେକିଂ

ଭୁବନେଶ୍ୱର : ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ୱର । ନୟାପଲ୍ଲୀ, ଇନ୍ଫୋଭେଲୀ, ଭରତପୁର , କ୍ୟାପିଟାଲ ଆଦି ବିଭିନ୍ନ ଥାନା ଅଂଚଳରେ ପାଟ୍ରୋଲିଙ୍ଗ କଡାକଡି କରାଯାଇଛି । ସେହିଭଳି ବିଭିନ୍ନ ଅଞ୍ଚଳରେ ନାକା ଲଗାଯାଇ ଗାଡ଼ି ମୋଟର ଚେକିଂ କରାଯାଉଛି । ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ ଅଞ୍ଚଳରେ ଚେକିଂ କରିବା ସହ ସହର ରେ ଥିବା ହୋଟେଲ ରେ ମଧ୍ୟ ଯାଞ୍ଚ କରାଯାଉଛି । କେବଳ ଭୁବନେଶ୍ବର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବି କଡାକଡି କରାଯାଇଛି। ରେଳୱେ ଷ୍ଟେସନ, ଏୟାରପୋର୍ଟ ସହ ଐତିହ୍ୟ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL