ଓଡ଼ିଶା

ପରିତ୍ୟକ୍ତ କୂଅରୁ ହାତୀ ଶାବକ ଉଦ୍ଧାର

କଣ୍ଟାବାଞ୍ଝି : ପରିତ୍ୟକ୍ତ କୂଅରୁ ହାତୀ ଶାବକ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ବିଜାମାଲ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ଖସି ପଡ଼ିଥିଲା । ସ୍ଥାନୀୟଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ମୁରିବାହାଲ ଦମକଳ ବାହିନୀ ପହଞ୍ଚି ଶାବକକୁ କୂଅରୁ ଉଦ୍ଧାର କରିଛନ୍ତି । ଉଦ୍ଧାର ସମୟରେ ଗୁଡ଼ିଘାଟ କେନ୍ଦୁଲିପ ଫରେଷ୍ଟର ପ୍ରଦୀପ ନାଥଙ୍କୁ ହାତୀ ଶାବକ ଆକ୍ରମଣ କରିଛି । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କଣ୍ଟାବାଞ୍ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗତ କିଛି ମାସ ହେଲାଣି ୪୦ଟିକିଆ ହାତୀପଲ ମୁରିବାହାଲ ରେଞ୍ଜ ଅଞ୍ଚଳରେ ଏ ଗାଁରୁ ସେ ଗାଁ ଘୁରି ବୁଲୁଛନ୍ତି । ଗତ ରାତିରେ ହାତୀପଲ ବିଜାମାଲ ଗାଁ ନିକଟରେ ଯାଉଥିବା ବେଳେ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିଲା ହାତୀ ଶାବକ । ସକାଳୁ ଦମକଳ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଁଚି ହାତୀଶାବକକୁ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL