ଓଡ଼ିଶା

ପୋଖରୀ ଭିତରକୁ ପଶିଲା କାର୍, ଦୁଇ ମୃତ

ଭଞ୍ଜନଗର : ପୋଖରୀକୁ ପଶିଗଲା କାର୍ । ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ନୀଳାଞ୍ଚଳ ପାତ୍ର ଓ ସନ୍ତୋଷ ମହାପାତ୍ର । କାର୍ ଭିତରେ ମୋଟ ୪ ଜଣ ଥିଲେ । ଗାଡିଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL