କଟକ: ଗତକାଲି ଥିଲା କଟକ ବାଲିଯାତ୍ରା ଶେଷ ସନ୍ଧ୍ୟା। ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ହେଲେ ଆଜି ସରିଯାଇଛି ଐତିହାସିକ କଟକ ବାଲିଯାତ୍ରା । ୯ ଦିନର ଏହି ମେଳାରେ ଚଳିତବର୍ଷ ପ୍ରାୟ ୭୦ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ଆକଳନ କରାଯାଉଛି। ଅଢ଼େଇ ହଜାର ପଞ୍ଜିକୃତ ଷ୍ଟଲ୍, ହଜାରରୁ ଅଧିକ ଉଠା ଦୋକାନୀଙ୍କ କାରବାର ଓ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଗହଳିଚହଳି ଭିତରେ ଜମିଥିଲା ୯ ଦିନର ଯାତ୍ରା । ଏଥର କଟକ ବାଲିଯାତ୍ରାରେ ପ୍ରାୟ ୩୦୦ କୋଟିର ବେପାର ହୋଇଥିବା ଅନୁମାନ କରାଯାଉଛି ।
ସରିଲା ଐତିହାସିକ ବାଲିଯାତ୍ରା; ୩୦୦ କୋଟିର କାରବାର








