ଓଡ଼ିଶା

ବିଜୟ ଲାଭ ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଜୟ

ପୁରୀ : ନୂଆପଡ଼ା ଉପନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାରେ ଭୋଟ ହାତେଇଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ହାତେଇଛନ୍ତି ନୂଆପଡ଼ା ଗଡ । ତେବେ ବିଜୟ ହାସଲ ପରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସାନିଧ୍ୟ ଲାଭ କରିଛନ୍ତି ଜୟ ଢୋଲକିଆ । ପରିବାର ସହ ବିଜେପିର ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ।

ଶ୍ରୀମନ୍ଦିର ସିଂହଦ୍ଵାରଠାରେ ଜୟ ଢୋଲକିଆ ପହଞ୍ଚିବା ପରେ ସେବାୟତ ଓ ବିଜେପିର ନେତା ଏବଂ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଜୟ ଢୋଲକିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରୁ ଏତେ ବଡ଼ ବିଜୟ ହାସଲ କରିପାରିଛୁ । ନୂଆପଡ଼ା ବାସୀଙ୍କ ର ହେଉଛି ଏହି ବିଜୟ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL