ଓଡ଼ିଶା

ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ: ଭକ୍ତିପୂତ ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ଏକ୍ସରେ ପୋଷ୍ଟ କରି ଭକ୍ତିପୂତ ପ୍ରଣାମ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଭଗବାନ ବିର୍ସା ମୁଣ୍ଡା ଅଦମ୍ୟ ସାହସ, ତ୍ୟାଗ ଓ ସମର୍ପଣର ପ୍ରତୀକ ।

ବ୍ରିଟିଶ ଶାସନ ସମୟରେ ସେ ଯେଉଁ ସ୍ୱାଧୀନ ଚେତନା ଓ ସାମାଜିକ ସଂସ୍କାରର ବାର୍ତ୍ତା ଦେଇଥିଲେ, ତାହା ଚିର ସ୍ମରଣୀୟ ହୋଇ ରହିବ । ​ଓଡ଼ିଶାର ଜନଜାତି ସମାଜର ବିକାଶ ଓ ସ୍ୱାଭିମାନ ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଆମେ ତାଙ୍କର ସ୍ୱପ୍ନର ସମାଜ ଗଠନ ପାଇଁ କାର୍ଯ୍ୟ କରୁଛୁ, ଯେଉଁଠାରେ ପ୍ରତ୍ୟେକ ଜନଜାତି ଭାଇଭଉଣୀ ସେମାନଙ୍କର ଅଧିକାର,ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବର ସହ ବଞ୍ଚିପାରିବେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL