ଓଡ଼ିଶା

ବାଇକ ଉପରେ ଚଢ଼ିଗଲା ଟ୍ରକ, ୩ ମୃତ

କାମାକ୍ଷାନଗର: ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା ଟ୍ରକ l ଘଟଣା ସ୍ଥଳ ରେ ବାଇକ ରେ ଥିବା ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପିତିରି ପଟୁ ଏକ ଟ୍ରକ ରାଉରକେଲା ଯାଉଥିବା ବେଳେ କୁଲେଇ ଛକ ନିକଟରେ ବାଇକ ଉପରେ ଚଢ଼ିଯାଇଥିଲା । ଫଳରେ ବାଇକ ରେ ଥିବା ତିନି ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକଟି ବାଇକ କୁ ପ୍ରାୟ ୧୦୦ ମିଟର ରୁ ଅଧିକ ବାଟ ଘୋଷାଡ଼ି ନେଇଥିଲା ।

ବାଇକରେ ଥିବା ତିନିଜଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରାସ୍ତାରେ ବିଛାଡି ହୋଇ ପଡିରହିଛି । ଦୁର୍ଘଟଣା ଘଟାଇ ଟ୍ରକଟି ସେଠାରୁ ଫେରାର ହୋଇଯାଇଥିବା ବେଳେ ତିନି ମୃତକଙ୍କ ପରିଚୟ ଜଣାପଡ଼ିନି । ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL