ନୂଆଦିଲ୍ଲୀ : ଅଲ-ଫଲାହରେ ଇଡି ଚଢ଼ଉ । ଆର୍ଥିକ ଅନିୟମିତତା ଅଭିଯୋଗରେ ଚଢ଼ାଉ । ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାର ତଦନ୍ତ ମଧ୍ୟରେ ଅଲ-ଫଲାହ ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ ଓ ଅନ୍ୟ ୨୪ଟି ସ୍ଥାନରେ ଇଡି ଚଢ଼ଉ କରିଛି । ଦିଲ୍ଲୀ-ଏନସିଆର, ଓଖଲା ଅଞ୍ଚଳ ଏବଂ ହରିୟାଣାର ଫରିଦାବାଦ ସମେତ ୨୫ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଅଲ-ଫଲାହ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଆର୍ଥିକ ଅନିୟମିତତାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ -ଇଡି ପିଏମଏଲଏ (PMLA) ମାମଲା ମଧ୍ୟ ରୁଜୁ କରିଛି । ଆର୍ଥିକ ଅନିୟମିତତା, ପାଣ୍ଠି ହେରଫେର, ସନ୍ଦେହଜନକ କାରବାର ଏବଂ ସମ୍ଭାବ୍ୟ ଆତଙ୍କବାଦୀ ପାଣ୍ଠି ଯୋଗାଣ ଉପରେ ତଦନ୍ତ ହେଉଛି ।
ଅଲ-ଫଲାହ ବିଶ୍ବବିଦ୍ୟାଳୟକୁ ମାନ୍ୟତା ସମସ୍ୟା, ପାଣ୍ଠିର ଉତ୍ସ ଏବଂ ସମ୍ବନ୍ଧିତ ସଂଗଠନ ମାଧ୍ୟମରେ ଦିଆଯାଇଥିବା ଦେୟଗୁଡ଼ିକୁ ଯାଞ୍ଚ କରାଯାଉଛି । ଏହି ବିଶ୍ୱବିଦ୍ୟାଳୟରେ ଲାଲକିଲ୍ଲା ବୋମା ବିସ୍ଫୋରଣକାରୀ ଡାକ୍ତର ଉମର ଉନ ନବି ଏବଂ ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲର ଅନ୍ୟ ଅଭିଯୁକ୍ତମାନେ କାର୍ଯ୍ୟ କରୁଥିଲେ । ଦିଲ୍ଲୀ ବିସ୍ଫୋରଣ ପରେ ସ୍କାନରରେ ଅଲ-ଫଲାହ ବିଶ୍ବବିଦ୍ୟାଳୟ ରହିଛି ।






