ଗୁଜରାଟ : ଗୁଜରାଟ ଅରବଲ୍ଲୀ ଜିଲ୍ଲାରେ ରୋଗୀଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି । ଏହାଛଡା ଅନେକ ଲୋକ ଆହତ ହୋଇଛନ୍ତି ।
ଖବର ମୁତାବକ, ମୋଡାସାର ରାଣାସାୟଦ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଆମ୍ବୁଲାନ୍ସରେ ଥିବା ଡାକ୍ତର, ନର୍ସ, ଶିଶୁର ବାପା ଏବଂ ନବଜାତ ଶିଶୁଟି ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛି । ସର୍ଟ ସର୍କିଟ ହେବା ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଅହମଦାବାଦର ଅରେଞ୍ଜ ହସ୍ପିଟାଲରେ ପ୍ରସବ ପରେ ଅଧିକ ଚିକିତ୍ସା ପାଇଁ ଦିନକର ନବଜାତ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ଅହମଦାବାଦକୁ ନିଆଯାଉଥିଲା । ଆମ୍ବୁଲାନ୍ସଟି ମୋଡାସା ଦେଇ ଯାଉଥିବା ସମୟରେ ହଠାତ୍ ଗାଡ଼ି ଭିତରେ ଏକ ଭୟଙ୍କର ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁତ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ।





