ଓଡ଼ିଶା

ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ

ସମ୍ବଲପୁର : ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ, ଜଣେ ଗିରଫ ।  ସମ୍ବଲପୁର ଟାଉନ ପୋଲିସ ଦ୍ୱାରା ବ୍ରାଉନ ସୁଗର ଜବତ ହୋଇଛି ।  ଦୁଇ ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ନୁମାଲ ଓ ମହମ୍ମଦ ସହେଲ  l  ଏହି ଘଟଣାରେ ୩ଜଣ ମହିଳାଙ୍କୁ ମଧ୍ୟ ଅଟକ ରଖାଯାଇଛି  l  ଭିଏସଏସ ମାର୍ଗ ଠାରେ ବ୍ରାଉନ ସୁଗର କାରବାର କରୁଥିବା ବେଳେ ପୋଲିସ ମାଡି ବସିଥିଲା ।  କୋଲକାତାରୁ ଏହି ବ୍ରାଉନସୁଗର ଅଣାଯାଇଥିଲା  l  ଏହି ବ୍ରାଉନ ସୁଗର କରବାରରେ ତିନି ଜଣ ମହିଳା ମଧ୍ୟ ସାମିଲ ରହିଛନ୍ତି  l  ଏହି ଦୁଇ ଯୁବକ ତିନି ଜଣ ମହିଳାଙ୍କ ପାଇଁ କୋଲକାତାରୁ ଏହି ବ୍ରାଉନ ସୁଗର ଆଣିଥିବା ଯୁବକ ମାନେ ମାନିଛନ୍ତି  l  ଏହି ମହିଳାମାନଙ୍କ ସମ୍ପୃକ୍ତିକୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିଛି  l  ଆଉ କେତେଥର ଏହି ମହିଳା ମାନେ କାହା କାହା ହାତରେ କୋଲକାତାରୁ କେତେଥର ବ୍ରାଉନ ସୁଗର ସମ୍ବଲପୁରକୁ ଆଣିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି  l

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL