ଭୁବନେଶ୍ୱର: ଖୁବଶୀଘ୍ର ହେବାକୁ ଯାଉଛି ଓଡ଼ିଶାରେ ଜାତୀୟ ଜନ ଗଣନା । ୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଜନଗଣନା ପୂର୍ବରୁ ଆରମ୍ଭ ହୋଇଛି ପୂର୍ବ ପରୀକ୍ଷା ଜନଗନଣନା । ପରୀକ୍ଷାମୂଳକ ଭାବେ ୪ଟି ଅଞ୍ଚଳରେ ପ୍ରଥମେ ହେବ ପ୍ରାକ୍ ଜନଗନଣନା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପ୍ରାକ୍ ଗୃହ ଗଣନା ଓ ଗୃହ ତାଲିକା ।
ସେପଟେ ୨୦୨୭ ଜନଗଣନା ପାଇଁ ଗତ ୧୦ ତାରିଖରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ରାଜଧାନୀ ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ୩୦ ତାରିଖ ଯାଏ ଚାଲିବ ଗଣନା । ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେଉଛି ପ୍ରାକ୍ ଡିଜିଟାଲ ଜନଗଣନା ।








