ଓଡ଼ିଶା

ସୀମାନ୍ତ ଆନ୍ଧ୍ର ଜଙ୍ଗଲରେ ଏନକାଉଣ୍ଟର, ୭ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ମାରେଡମଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର । ୭ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଏନକାଉଣ୍ଟରରେ ଟପ ମାଓବାଦୀ ଶଙ୍କର ନିହତ ହୋଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରୁ ଦୁଇଟି AK47 ବନ୍ଧୁକ ସମେତ ଆଠଟି ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଗତକାଲି ଟପ ମାଓବାଦୀ ହିଡ଼ମା ସମେତ ୬ ମାଓବାଦୀ ନିହତ ହୋଇଥିଲେ । ଏବେବି ଗ୍ରେ ହାଉଣ୍ଡ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ଛତିଶଗଡ଼ ଅଭିଯାନ ପରେ ମାଓବାଦୀମାନେ ଆନ୍ଧ୍ରମୁହାଁ ହୋଇଛନ୍ତି । ସେହିପରି ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । ସବୁ ମାଓବାଦୀ ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ଡିଭିଜନର । କାଲି ୯ କେନ୍ଦ୍ରୀୟ କମିଟି ସଦସ୍ୟ ସମେତ ୩୧ ଜଣ ଗିରଫ ହୋଇଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL