ଜାତୀୟ

ଗ୍ରେଟର ନୋଏଡାରେ ୩ ମହଲା କୋଠା ଭୁଶୁଡି ଚାଲିଗଲା ୪ ଜୀବନ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ତିନି ମହଲା ବିଶିଷ୍ଟ ଏକ କୋଠାର ସେଟରିଂ ହଟାଇବା ସମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏବଂ ଏନଡିଆରଏଫ ଟିମ୍ ସହାୟତାରେ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ତିନି ମହଲା କୋଠାର ସେଟରିଂ ହଟାଇବା ସମୟରେ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ଖବର ମୁତାବକ, ରାବୁପୁରା ଥାନା ଅଞ୍ଚଳ ଅନ୍ତର୍ଗତ ନାଗଲା ହୁକୁମ ସିଂହ ଗାଁରେ ଏହି ଘଟଣା ଘଟିଛି । ଗ୍ରେଟର ନୋଏଡାରେ ଏକ ତିନି ମହଲା ବିଶିଷ୍ଟ ଏକ କୋଠାର ସେଟରିଂ ହଟାଇବା ସମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏବଂ ଏନଡିଆରଏଫ ଟିମ୍ ସହାୟତାରେ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ, ଜେୱାର ବିଧାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ମୃତକଙ୍କ ପରିଚୟ ମିଳିଛି । ଏମାନଙ୍କ ବୟସ ୩୮ ବର୍ଷ ବୟସରୁ ୧୮ ବର୍ଷର ବୋଲି ଜଣାପଡିଛି । ଯେଉଁମାନେ ନିଖୋଜ ରହିଛନ୍ତି, ସେମାନଙ୍କୁ ଖୋଜା ଚାଲିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL