ଓଡ଼ିଶା

ବାପା ଓ ସାବତ ମାଆକୁ ହତ୍ୟା କଲା ପୁଅ

କଟକ: କଟକରେ ଡବଲ ମର୍ଡର ।  ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ । ଦରଘା ବଜାର ଓଲ୍ଡ ଜେଲ୍ କଲୋନୀରେ ହତ୍ୟାକାଣ୍ଡ ଘଟିଛି ।  ମୃତକ ହେଲେ ଦୀପକ କୁମାର ଦାସ ଓ ରିତାରାଣୀ ଦାସ ।  ଜମିବାଡିକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ରହିଥିଲା ।  ଗତକାଲି ରାତିରେ ବାପା ମାଆଙ୍କ ସହ ପାଟିତୁଣ୍ଡ ହୋଇଥିଲା ।  ଏଥିରେ ରାଗିଯାଇ ଆଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲା ।  ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।  ମୃତଦେହକୁ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଅଟକ ରଖିଛି ଦରଘାବଜାର ଥାନା ପୋଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL