ଓଡ଼ିଶା

ଵସ-ସ୍କୁଟି ମୁହାଁମୁହିଁ, ୨ ମୃତ

ଚାନ୍ଦବାଲି: ଭଦ୍ରକ- ଚାନ୍ଦବାଲି ରାସ୍ତାର କମାରିଆ ଛକରେ ଵସ-ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା ।  କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ।  ପୀରହାଟ ଥାନା କମାରିଆ ଛକରେ ଏକ ଘରୋଇ ଵସ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ସ୍କଟିରୁ ୨ ଆରୋହୀ ରାସ୍ତାକୁ ଛିଟିକି ପଡ଼ିଥିଲେ ।

ଆଉ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।  ମୃତକଙ୍କ ଭିତରୁ ଜଣେ ତିହିଡି ବ୍ଲକ ଅଧ୍ୟାକ୍ଷାଙ୍କ ଭାଇ ବୋଲି ଜଣାପଡିଛି ।  ଘଟଣାସ୍ଥଳରେ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ ।  ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL