ଓଡ଼ିଶା

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ମାଓଦମନ

ଭୁବନେଶ୍ବର: ନକ୍ସଲ ମୂଳପୋଛ ନେଇ ଓଡ଼ିଶା ପୁଲିସର ବଡ ପଦକ୍ଷେପ । କନ୍ଧମାଳରେ ପୁଲିସ ମହାନିର୍ଦ୍ଦେଶକ ବଡ ସମୀକ୍ଷା କରି କହିଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ଶେଷ ହେବ । ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ରହିଛି ।

ଡିଜିପି କହିଛନ୍ତି ଯେ ଅସ୍ତ୍ର ଛାଡି ମୁଖ୍ୟ ରାସ୍ତାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ଆହ୍ୱାନ ରହିଛି । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସ୍ୱତନ୍ତ୍ର ପଲିସି କରାଯାଇଛି । ଯିଏବି ଆତ୍ମ ସମର୍ପଣ କରିବାକୁ ଚାହୁଁଛନ୍ତି ଆଗକୁ ଆସନ୍ତୁ ପଲିସି ଅନୁସାରେ ସୁବିଧା ପାଇବେ । ଗତବର୍ଷ ରାଜ୍ୟର ୫ଟି ଜିଲାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳତା ମିଳିଥିଲା । ବୌଦ୍ଧ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟରେ ସଫଳ ହୋଇଛୁ । ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଡିଜିପି କହିଛନ୍ତି ।

ଫୁଲବାଣୀ ଜିଲା ମୁଖ୍ୟାଳୟରେ ସମୀକ୍ଷା ବୈଠକରେ ଏଡିଜି ଅପରେସନ ସଞ୍ଜୀବ ପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂହ, ଦକ୍ଷିଣାଞ୍ଚଳ ଆଇଜି ଓ କନ୍ଧମାଳ ଏସପି ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL