ଓଡ଼ିଶା

୬୯ ଲକ୍ଷ ହଡପ, ବନ୍ଧା ହେଲେ ପୂର୍ବତନ କିରାଣି

ଭୁବନେଶ୍ବର: ୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ ।  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ ।  ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । ମନୋରଞ୍ଜନ ସାହୁ ପରିବାର ପେନସନଧାରୀଙ୍କ ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟ ଏବଂ କିଛି ସମ୍ପର୍କୀୟଙ୍କ ଆକାଉଣ୍ଟଙ୍କୁ କ୍ରେଡିଟ୍ କରିଥିଲେ ।

ଟଙ୍କା ହଡ଼ପ ନେଇ ଅଭିଯୋଗ ପରେ ତଦନ୍ତ କରିଥିଲା ଭିଜିଲାନ୍ସ ।  ଦୁଇ ବର୍ଷ ହେଲା ସେ ଫେରାର ରହିଥିଲେ । ଶେଷରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।  ଏହି ମାମଲାରେ କଟକ ଭିଜିଲାନସରେ ଏକ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL