ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନକୁ ଖସି ଆସିଥିଲା । ଶୋଚନୀୟ ପରାଜୟ ପରେ ବିଜେଡିର PAC ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି। ତେବେ ବିଜେଡି PAC ବୈଠକ ପରେ ସଦସ୍ୟ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି ।
ପ୍ରମିଳା ମଲ୍ଲିକ ସାମ୍ବାଦିକଙ୍କୁ ବିଜେଡିର PAC ବୈଠକକୁ ନେଇ କହିଛନ୍ତି ଯେ, ନୂଆପଡ଼ା ନିର୍ବାଚନକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା । ସେ କହିଛନ୍ତି ଯେ, ୬୩ଟି ବୁଥରେ ବିଜେଡ଼ି ଭୋଟକୁ ବିଜେପି ଜବରଦସ୍ତି ନେଇଛନ୍ତି।ଆମକୁ ଭୋଟର ଭୋଟ ଦେଲା ପରେ ସେ ଭୋଟ କୁଆଡ଼େ ଗଲା । ଏନେଇ ତର୍ଜମା କରିବା ପରେ ନିର୍ବାଚନ କମିଶନଙ୍କ ପାଖକୁ ଯିବୁ । ନବୀନ ବାବୁ ଆଜି PAC ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ବିଧାନସଭାରେ ଦଳର ଆଭିମୁଖ୍ୟ କିପରି ରହିବ ସେନେଇ ମଧ୍ୟ ଆଲୋଚନା ହୋଇଛି ।







