ଓଡ଼ିଶା

ଯୁବକଙ୍କୁ ହତ୍ୟା: ରାସ୍ତାକଡରୁ ମୃତଦେହ ଉଦ୍ଧାର

ଭୁବନେଶ୍ଵର: ଭୁବନେଶ୍ବର ଚନ୍ଦକା ଥାନା ଗୋଡିବାରି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରି ରାଜପଥ କଢ଼ରେ ଫିଙ୍ଗି ଦିଆଯାଇଛି । ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ଏକ ଟେଣ୍ଟ ହାଉସରେ କାମ କରୁଥିଲେ। ଏବଂ ଯୁବକଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ମଦ ପିଉଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL