ଓଡ଼ିଶା

ମହାନଦୀରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର

କଟକ: କଟକ ମହାନଦୀର ଯୋବ୍ରା ଆନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀର ଟିମ ପହଞ୍ଚି ଆନିକଟରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଏହା ଏକ ଶିଶୁକନ୍ୟାର ମୃତଦେହ ବୋଲି ଜଣାପଡିଥିଲା। ଶିଶୁଟିର ବୟସ ୬ ମାସରୁ ୧ ବର୍ଷ ବୋଲି ଅନୁମାନ କରାଯାଉଛି। ଆଜି ସକାଳୁ ଆନିକଟର ୯୩ ନମ୍ବର ଗେଟ ତଳେ ଏକ ଅଜଣା ଶିଶୁର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର ଟିମ ପହଞ୍ଚି, ମୃତ ଶିଶୁକୁ ଉଦ୍ଧାର କରିବା ସହ ପୁଲିସକୁ ଜିମା ଦେଇଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL