ଓଡ଼ିଶା

ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ୩ ଗିରଫ

ବେଗୁନିଆ : ରାଜ୍ୟରେ ଦିନକୁ ଦିନ ଚୋରା ବ୍ରାଉନ ସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି । ଆଜି ବେଗୁନିଆ ଅବକାରୀ ବିଭାଗ ଖବର ପାଇ କପାସିଆ ସ୍କୁଲ ନିକଟରେ ଚଢାଉ କରିଥିଲା। ଏବଂ ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ କରିବା ସହ ୩ ବେପାରୀଙ୍କୁ ଗିରଫ କରିଛି। ଆଜି ସକାଳୁ ଖୋର୍ଦ୍ଧାର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ଅବକାରୀ ଅଧିକାରୀ ମିତ୍ରବିନ୍ଦା ପରିଡା ସଦଳ ବଳେ ବୋଲଗଡ ବ୍ଲକ କପାସିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ ବ୍ରାଉନସୁଗାରର ବେପାର କରୁଥିବା ତିନି ଯୁବକଙ୍କୁ କାବୁ କରିଥିଲେ ।

ତାଙ୍କ ନିକଟରୁ ପ୍ରାୟ ଶହେ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ବେଗୁନିଆ ଅବକାରୀ ଅଧିକାରୀ । ସେମାନଙ୍କ ନିକଟରୁ ଦୁଇଟି ବାଇକ ସହ ତିନୋଟି ମୋବାଇଲ ମଧ୍ୟ ଜବତ ହୋଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL