ଓଡ଼ିଶା

ଅତିରିକ୍ତ ବଜେଟ ରାଜ୍ୟବାସୀଙ୍କ ଆଶାକୁ ଧୂଳିସାତ କରୁଛି: ନବୀନ

ଭୁବନେଶ୍ୱର: ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସୋସିଆଲ ମିଡିଆ ଏକ୍ସରେ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ବିଜେପି ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି। ନୂତନ ବିଜେପି ସରକାରର ପ୍ରଥମ ପୂର୍ଣ୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖିବାକୁ ମିଳିନାହିଁ।

ଏହା ଆମକୁ ରାଜକୋଷୀୟ ନିଅଣ୍ଟ ଆଡକୁ ଆଗକୁ ବଢାଉଛି। ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି। ଓଡ଼ିଶାର ସୁଧ ବୋଝ ବଢୁଛି। ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ବଜେଟରେ ପୂର୍ତ୍ତ ବିଭାଗର (୯୦୦କୋଟି) ଏବଂ କିଛି ସହରାଞ୍ଚଳ ଭିତ୍ତିଭୂମିକୁ ଛାଡିଦେଲେ ଆଉ କିଛି ବି ନାହିଁ। ମନେ ହେଉଛି ହ୍ରାସ ପାଉଥିବା କେନ୍ଦ୍ର ଅନୁଦାନ ଓ ନିଜସ୍ୱ ଅପାରଗତା ଲୁଚାଇବା ପାଇଁ ହୋଇଛି ଅତିରିକ୍ତ ବଜେଟ। ରାଜ୍ୟବାସୀଙ୍କୁ ସ୍ୱାର୍ଥ ପାଇଁ ନୁହେଁ, ଏହା ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅତିରିକ୍ତ ପ୍ରୟାସ।

ସୂଚନ ଥାଉକି ଗତକାଲି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟରେ ସମୃଦ୍ଧ ଓଡ଼ିଶାର ନକ୍ସା ଆଙ୍କିଛନ୍ତି ସରକାର। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣକୁ ଫୋକସ୍‌ରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ। କୃଷି ଓ ଜଳସେଚନ ପାଇଁ ୧୬୭୩ କୋଟି, ଖାଦ୍ୟ ସୁରକ୍ଷା ପାଇଁ ୪ ହଜାର ୩୨୯ କୋଟି ର ବ୍ୟୟବରାଦ ହୋଇଛି । ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ୨ ହଜାର ୩୨୭ କୋଟି, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ସଞ୍ଜୀବନୀ ସାଜିବ ସରକାରଙ୍କ ଅତିରିକ୍ତ ୧୧୬୪ କୋଟିର ବଜେଟ୍‌ । ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ୧୫୫୮ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL