ଓଡ଼ିଶା

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୪୨ କୋଟିର ଅତିରିକ୍ତ ବଜେଟ ବ୍ୟବସ୍ଥା

ଭୁବନେଶ୍ବର : ବଢ଼ିଲା ପଞ୍ଚାୟତ ନିର୍ବାଚନ ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅତିରିକ୍ତ ବଜେଟରେ ୪୨ କୋଟିର ବ୍ୟବସ୍ଥା ହୋଇଛି । ଯଦିଓ ୨୦୨୭ ମସିହା ପ୍ରାରମ୍ଭରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତଥାପି ଜିଲ୍ଲା ପରିଷଦ ନିର୍ବାଚନ ପ୍ରସ୍ତୁତି ପାଇଁ ଅତିରିକ୍ତ ବଜେଟରେ ସ୍ୱତନ୍ତ୍ର ଭାବେ ୪୨ କୋଟି ଟଙ୍କା ବରାଦ କରାଯାଇଛି ।

ସ୍ଥାନୀୟ ସ୍ୱାୟତ୍ତ ଶାସନ ନିର୍ବାଚନ ପାଇଁ ଦୀର୍ଘ ଦିନର ଯୋଜନା ଆବଶ୍ୟକ ହେଉଥିବାରୁ ଏହା ଏକ ଆଗୁଆ ପ୍ରଶାସନିକ ପଦକ୍ଷେପ ହୋଇପାରେ ।  କିନ୍ତୁ ଏହା ସରକାରଙ୍କ ଆଗୁଆ ରାଜନୈତିକ ସଜବାଜକୁ ମଧ୍ୟ ସୂଚାଉଛି । ଏହି ଆଗୁଆ ଅର୍ଥ ବ୍ୟବସ୍ଥା ୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ପ୍ରସ୍ତୁତି ଆରମ୍ଭର ସଙ୍କେତ ଦେଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL