ଓଡ଼ିଶା

ପାରାଦୀପ ବନ୍ଦରରେ ଜାହାଜରେ ଲାଗିଲା ନିଆଁ

ପାରାଦୀପ: ଜାହାଜରେ ଲାଗିଲା ନିଆଁ ।  ପାରାଦୀପ ବନ୍ଦରରେ ଅଘଟଣ ।  ଲୋଡିଂ ବେଳେ ଜାହାଜରେ ଲାଗିଲା ନିଆଁ ।  ଇକୋ କୋଲୋନେଲ ଜାହାଜରେ ନିଆଁ ।  ନିଆଁ ଲାଗି ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।  ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ । ଜାହାଜରେ କୋଇଲା ବୋଝେଇ ସମୟରେ ନିଆଁ ଲାଗିଯାଇଥିଲା ।  ଚେନ୍ନାଇରାଧା ବର୍ଥରେ ଲୋଡିଂ ହେଉଥିଲା ଥର୍ମାଲ କୋଇଲା ।

ଜାହାଜକୁ CQ-2 ବର୍ଥକୁ ଅଣାଯାଇ କୋଇଲା କଢାଯିବା ପରେ ନିଆଁ ଲିଭାଯାଇଛି ।  CISF ର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା ।  ଥର୍ମାଲ କୋଇଲା ଗୁଡିକ ସାଧାରଣତଃ ଗରମ ରହିଥାଏ ସେଗୁଡ଼ିକୁ ଜାହାଜରେ ଲୋଡିଂ ସମୟରେ ପାଣି ମାରି ଲୋଡିଂ କରାଯାଇଥାଏ। ତେବେ କାଲି ବିଳମ୍ବିତ ରାତିରେ କୋଇଲା ଲୋଡିଂ ସମୟରେ ପାଣି ମରାଯାଇନଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL