ଓଡ଼ିଶା

ସୁରଟ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ କ‌ଥାବାର୍ତ୍ତା ସରିଛି। ଆବଶ୍ୟକ କାଗଜପତ୍ର କାମ ମଧ୍ୟ ସରିଥିବାବେଳେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ମଧ୍ୟ ମଞ୍ଜୁର ଦେଇସାରିଛନ୍ତି। ନିଷ୍ପତ୍ତି ମୁତାବକ, ନନ୍ଦନକାନନରୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ପଠାଯିବ। ସେଗୁଡ଼ିକ ମଧ୍ୟରେ ହଳେ ସାଧାରଣ (ନାଲି ରଙ୍ଗର) ବାଘ, ଦୁଇ ମାଈ ଧୂସର ଗଧିଆ, ୩ (୧ମାଈ ଓ ୨ଅଣ୍ଡିରା) ଚଉଶିଙ୍ଘା, ୨ମାଈ କୁଟୁରା, ୫ (୨ଅଣ୍ଡିରା ଓ ୩ମାଈ) ବିଲୁଆ ଅଛନ୍ତି। ପ୍ରତି ବଦଳରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନାରୁ ୫ (୩ ଅଣ୍ଡିରା ,୨ମାଈ) ପାଣି ଓଧ, ୨ଅଣ୍ଡିରା ଧୂସର ଗଧିଆ, ହଳେ ରୂପେଲି କୁକୁଟ, ୫ହଳ ପଥର କଇଁଛ ଆସିବେ।

ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ସମ୍ପର୍କରେ ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି, ବିଲୁପ୍ତ ପ୍ରାୟ ଜୀବଜନ୍ତୁଙ୍କ ବଂଶବୃଦ୍ଧି ସହ ଏଠାରେ ରହୁଥ‌ିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ପରିବର୍ତ୍ତନ କରିବା ଆମର ଲକ୍ଷ୍ୟ ରହିଛି। ଏହି ଅଦଳବଦଳ ପ୍ରକ୍ରିୟା ନନ୍ଦନକାନନରେ କେତେକ ଜୀବଜନ୍ତୁଙ୍କ ବଂଶ ବୃଦ୍ଧିରେ ସହାୟକ ହୋଇପାରିବ। ଏନେଇ ନନ୍ଦନକାନନର ଦୁଇ ଜଣିଆ ଟିମ୍ ସୁରଟ ଯାତ୍ରା କରିଛନ୍ତି। ସେଠାକାର ଅଧିକାରୀଙ୍କ ସହ ଜନ୍ତୁ ଧରି ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ନନ୍ଦନକାନନରେ ପହଞ୍ଚିବେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL