ଓଡ଼ିଶା

ଇଣ୍ଡିଗୋ ଫ୍ଲାଇଟ ବିଳମ୍ବ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ଫ୍ଲାଇଟ ବିଳମ୍ବ ନେଇ ଉତ୍ତେଜନା । ୭୦୦ରୁ ଅଧିକ ଯାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ଗତକାଲି ରାତି ୯ଟାରୁ ୧୧ ଟା ଭିତରେ ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ବାଙ୍ଗାଲୋର, ଦିଲ୍ଲୀ ଓ ମୁମ୍ବାଇ ଯାଇଥାନ୍ତା । ହେଲେ ଯାତ୍ରୀମାନଙ୍କୁ କୌଣସି ସୂଚନା ନ ଦିଆଯାଇ ଫ୍ଲାଇଟ କ୍ୟାନସଲ କରିଦିଆଯାଇଥିଲା ।

ଆଜି ସକାଳୁ ଯାତ୍ରୀମାନଙ୍କୁ ଆଉଥରେ ସିକ୍ୟୁରିଟି ଚେକ ଇନ୍ ସହ ବୋର୍ଡିଙ୍ଗ ପାସ୍ ଧରାଇ ଦେଲେ । ହେଲେ ଏବେ ସୁଦ୍ଧା ବିମାନ ନଉଡିବାରୁ ଏୟାରପୋର୍ଟରେ ହୋହଲ୍ଲା ପାଟିତୁଣ୍ଡ ହୋଇଥିଲା । ହେଲେ ଏନେଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL