ଜାତୀୟ

ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ଖସୁଛି ଟଙ୍କାର ମୂଲ୍ୟ । ଶକ୍ତିଶାଳୀ ହେଉଛି ଡଲାର । ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ରେକର୍ଡ଼ ସ୍ତରରେ ହ୍ରାସ । ୯୦ ଟଙ୍କା ପାର କଲା ଗୋଟିଏ ଡଲାର । ଅକ୍ଟୋବରରେ ଟ୍ରେଡ୍ ଡେଫିସିଟ୍ ହେବାରୁ ସ୍ଥିତି ଆହୁରି ସଂଗୀନ ହୋଇଛି ।

ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ହେବା ଯୋଗୁଁ ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଘୋର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ବିଦେଶୀ ନିବେଶକ ଲଗାତାର ମାର୍କେଟରୁ ଟଙ୍କା ଉଠାଇବାରେ ଲାଗିଛନ୍ତି । ଅର୍ଥନୀତି ବିଶେଷଜ୍ଞ ଆକଳନ କରିଛନ୍ତି, ଏହି ଧାରା ଆଗକୁ ବି ବଜାୟ ରହିବ। ଟଙ୍କା ମୂଲ୍ୟ ଆହୁରି ହ୍ରାସ ଘଟିବ। ଏପରିକି ଆମେରିକା ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଘଟି ୧୦୦ ଟଙ୍କାରେ ପହଞ୍ଚିପାରେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL