ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ଲାଦିମିର ପୁଟିନ୍ ଦୁଇ ଦିବସୀୟ ଯାତ୍ରାରେ ଗୁରୁବାର ଭାରତ ଆସୁଛନ୍ତି। କିନ୍ତୁ ପୁଟିନ ଆସିବା ପୂର୍ବରୁ ଋଷ ସଂସଦ ବା ଡୁମା ଭାରତ ସହ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ପ୍ରତିରକ୍ଷା ଚୁକ୍ତି ଅନୁସାରେ, ଦୁଇ ଦେଶ ମିଳିତ ସମରାଭ୍ୟାସ ଏବଂ ମାନବୀୟ ସହାୟତା ପ୍ରଦାନ କରିପାରିବେ।
ଋଷ ସଂସଦର ନିମ୍ନ କକ୍ଷ ଷ୍ଟେଟ୍ ଡୁମା ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଋଷ ଓ ଭାରତ ଭିତରେ ଏହି ଚୁକ୍ତି, ଯାହାକୁ ରେସିପ୍ରୋକଲ ଏକ୍ସଚେଞ୍ଜ ଅଫ୍ ଲଜିଷ୍ଟିକ୍ ସପୋର୍ଟ ବା ‘ରେଲୋସ୍’ କୁହାଯାଉଛି। ଚଳିତ ବର୍ଷ ୧୮ ଫେବୃଆରୀ ୨୦୨୫ ରେ ଏହି ଚୁକ୍ତି ସାକ୍ଷାର ହୋଇଥିଲା। ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନଙ୍କ ପକ୍ଷରୁ ରୁଷ ସଂସଦର ନିମ୍ନକକ୍ଷ ଡୁମାରେ ଆଗତ କରାଯଇଥିଲା। ଯାହାକୁ ଏବେ ଅନୁମୋଦନ ମିଳିଛି। ଏହି ପ୍ରତିରକ୍ଷା ଚୁକ୍ତି ଦୁଇ ଦେଶ ଭିତରେ ସାମରିକ ସହଯୋଗକୁ ମଜବୁତ କରିବ।




