ଓଡ଼ିଶା

ମହାନଦୀ ଜଳ ବିବାଦ: ଆସନ୍ତାକାଲି ଯୁଗ୍ମ ବୈଷୟିକ କମିଟି ବୈଠକ

ଭୁବନେଶ୍ବର: ଛତିଶଗଡ ସହ ମହାନଦୀ ଜଳ ବିବାଦ ମାମଲା । ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଉଭୟ ରାଜ୍ୟ ଜଏଣ୍ଟ ଟେକ୍ନିକାଲ ଟିମ୍ ମଧ୍ୟରେ ବୈଠକ ବସିବ । ୨୦ ତାରିଖରେ ରହିଛି ଟ୍ରିବ୍ୟୁନାଲ୍ ଶୁଣାଣି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରରେ ବୈଠକ ବସିଥିଲା । ଛତିଶଗଡ଼ ସହ ୬ଥର ଯୁଗ୍ମ ବୈଷୟିକ କମିଟି ସରିଛି । ମୁଖ୍ୟ ଶାସନ ସଚିବ ସ୍ତରରେ ମଧ୍ୟ ୨ ଥର ବୈଠକ ହୋଇସାରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପସ୍ଥିତିରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଏହି ବିବାଦକୁ ଗୁରୁତର ସହ ନେଇଛନ୍ତି ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ନ୍ୟାୟିକ ଓ ଅପୋଷ ବୁଝାମଣା ମାଧ୍ୟମରେ ଆଲୋଚନା ଜାରି ରଖିଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL