ଜାତୀୟ

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିରେ ୧୨ ମାଓବାଦୀ, ୩ ଯବାନ ସହିଦ

ଛତିଶଗଡ଼ : ପୁଣି ଲାଲବାହିନୀକୁ ଶକ୍ତ ଧକ୍କା । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିରେ ୧୨ ମାଓବାଦୀ । ନକ୍ସଲଙ୍କ ପାଲଟା ଗୁଳିରେ ୩ ଡିଆରଜି ଯବାନ ସହିଦ । ଦାନ୍ତେୱାଡା ଓ ବିଜାପୁର ସୀମାନ୍ତ ଭୈରମଗଡ଼ ଅଞ୍ଚଳର କେଶକତୁଲ ଜଙ୍ଗଲରେ ଏନକାଉଣ୍ଟର । ମାଓ ନିପାତ ଅଭିଯାନରେ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବାହିନୀ ।

ଡିଆରଜି, ଏସଟିଏଫ ଓ କୋବ୍ରା ବାଟାଲିଅନର ଯବାନ ୱେଷ୍ଟ ବସ୍ତର ଡିଭିଜନରେ ହୋଇଥିଲା କମ୍ବିଂ ଅପରେସନ । ଯବାନଙ୍କ ଉପରକୁ ପ୍ରଥମେ ମାଓବାଦୀ ଗୁଳିମାଡ କରିଥିଲେ । ସୁରକ୍ଷାବାହିନୀ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୨ନକ୍ସଲଙ୍କୁ ନିପାତ କରିଥିଲେ । ୩ଜଣ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ନକ୍ସଲଙ୍କ ଠାରୁ ଅଟୋମେଟେଡ ଏସଏଲଆର ରାଇଫଲସ, ୩୦୩ ରାଇଫଲସ ସମେତ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପୁରା ଅଞ୍ଚଳକୁ କର୍ଡନ କରି ଏବେ ବି ଖାନତଲାସୀ ଅଭିଯାନ ଚଳାଇଛି ସୁରକ୍ଷା ବାହିନୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL