ଓଡ଼ିଶା

ଏସଆଇ ପରୀକ୍ଷା ଦୁର୍ନୀତି ମାମଲା, ବିରଞ୍ଚିକୁ ଉଠାଇ ଆଣି ଜେରା

ଭୁବନେଶ୍ବର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ।  ଦଲାଲ ଅରବିନ୍ଦ ଦାସର ସହଯୋଗୀ ବିରଞ୍ଚି ନାୟକକୁ ପୁରୀରୁ ଉଠାଇ ଆଣିଲା ପୋଲିସ ।  ନୋଟିସ ପାଇ ହାଜର ନହେବାରୁ ସିବିଆଇ ତାଙ୍କୁ ଉଠାଇ ଆଣିଥିବା ସୂଚନା ।  ବିରଞ୍ଚି, ଅରବିନ୍ଦ ସହ ମିଶି ଶତାଧିକ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ସିବିଆଇ ସୂଚନା ପାଇଥିଲା ।

ଏସଆଇ ଚାକିରି ପାଇଁ ଟଙ୍କା କାରବାର ନେଇ ଗତକାଲି ରାତିରୁ ବିରଞ୍ଚିକୁ ଘନ ଘନ ଜେରା କରୁଛି ସିବିଆଇ ।  ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବିରଞ୍ଚି ନେଇଥିବା ସୁରାକ ପାଇଛି କେନ୍ଦ୍ରୀୟ ତଦନ୍ତକରା ସଂସ୍ଥା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL