ଓଡ଼ିଶା

ଜବତ ଗଞ୍ଜେଇ ହେରଫେର ଅଭିଯୋଗ: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଆଦେଶ ଅନୁସାରେ ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବେ ।

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ସଦର ଥାନା ପୋଲିସ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ସେଥିରୁ ଦୁଇ କ୍ୱିଣ୍ଟାଲ୍‌ ଗଞ୍ଜେଇର ହିସାବ ମିଳିନଥିଲା । ଏଥିରେ ଥାନା ଅଧିକାରୀ ସତୀଶଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡିବା ପରେ ତାଙ୍କ ନାଁରେ ସରକାରଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା ।

ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଅନୁସାରେ ନିକଟରେ ସତୀଶ ଇନ୍ସପେକ୍ଟରରୁ ଡିଏସପି ପଦବୀକୁ ପଦୋନ୍ନତି ହୋଇଥିଲେ ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL