ଜାତୀୟ

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଲେ ପୁଟିନ

ନୂଆଦିଲ୍ଲୀ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି। ଏଥିରେ ଦୁଇ ଦେଶର ନେତା ତଥା ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ। ଯାହାକୁ ରୁଷ ପୁନର୍ବାର ସମର୍ଥନ ଜଣାଇଛି।

ସମ୍ମିଳନୀରେ ରୁଷ ପକ୍ଷରୁ ଜାତିସଂଘ ନିରାପତ୍ତା ପରିଷଦ(ୟୁଏନଏସସି)ରେ ଗଠନମୂଳକ ସଂସ୍କାର ଅଣାଯିବା ଜରୁରୀ ବୋଲି କୁହାଯାଇଛି। ସାମ୍ପ୍ରତିକ ବୈଶ୍ଵିକ ପରିସ୍ଥିତି ଏବଂ ବାସ୍ତବତାକୁ ଦୃଷ୍ଟିରେ ରଖି ୟୁଏନଏସସିକୁ ଅଧିକ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ଲାଗି ସଂସ୍କାର ଜରୁରୀ ବୋଲି ରୁଷ କହିଛି, ଯାହାଦ୍ବାରା ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରସଙ୍ଗକୁ ଠିକ୍‌ ଭାବେ ମୁକାବିଲା କରାଯାଇପାରିବ। ୟୁଏନଏସସି ପରିସରକୁ ବ୍ୟାପକ କରାଯିବା ଜରୁରୀ ଏବଂ ଏଥିରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ଅତ୍ୟନ୍ତ ଆବଶ୍ୟକ ବୋଲି ରୁଷ କହିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL