ଓଡ଼ିଶା

ନନ୍ଦନକାନନକୁ ଆସିଲେ ବିଭିନ୍ନ ପ୍ରଜାତିର ୧୯ ଜୀବଜନ୍ତୁ

ବାରଙ୍ଗ: ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ ।  କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ ହୋଇଛି ।  ଏହି ବିନିମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ୫ଟି ପାଣି ଓଧ, ୨ଟି ଭାରତୀୟ ଧୂସର ଗଧିଆ, ୧୦ ଟି ପଥର କଇଁଛ ଏବଂ ୨ଟି ରୂପେଲି କୁକ୍କୁଟ ଆସିଛି ।  ସବୁ ଜୀବଜନ୍ତୁଙ୍କୁ ପ୍ରାୟ ଏକ ମାସ କ୍ୱରେଣ୍ଟାଇନରେ ରଖାଯିବ। ପରେ ସେମାନଙ୍କୁ ଖୁଆଡରେ ଛଡ଼ାଯିବ।

ପୂର୍ବରୁ ୨୦୦୦ ମସିହାରେ ପାଣି ଓଧ ବଂଶ ନନ୍ଦନକାନନରୁ ଲୋପ ପାଇଯାଇଥିଲ ।  ବର୍ତମାନ ନନ୍ଦନକାନନରେ ୧୭୭ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି ।  ନୂଆ ୧୯ ଜୀବଜନ୍ତଙ୍କୁ ପ୍ରତିବଦଳରେ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନକୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ନନ୍ଦନକାନନରୁ ପଠାଯିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL