ଭୁବନେଶ୍ୱର: ଖସୁଛି ପାରଦ, ଆଗକୁ ଆହୁରି ବଢ଼ିବ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । କାଲୁଆ ପବନ ବୋହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରବିବାର ୮ ଡିଗ୍ରୀ ତଳେ ରହିଛି ପାରଦ । ଘନ କୁହୁଡ଼ି ଯୋଗୁ ଫୁଲବାଣୀରେ ଦୃଶ୍ୟମାନ ଦୂରତା କମ୍ ରହିଥିଲା । ଘୁ. ଉଦୟଗିରିରେ ରାତି ତାପମାତ୍ରା ୫.୬ଡିଗ୍ରୀରେ ପହଞ୍ଚିଥିବା ବେଳେ ଦାରିଙ୍ଗବାଡ଼ିରେ ୮, ଫୁଲବାଣୀରେ ୮.୫, ଝାରସୁଗୁଡ଼ାରେ ୮.୬, ରାଉରକେଲାରେ ୮.୧, କିରେଇରେ ୯.୫, କେନ୍ଦୁଝରରେ ୯.୪, ଅନୁଗୋଳରେ ୯.୮, ସେମିଳିଗୁଡ଼ାରେ ୭.୫, କୋରାପୁଟରେ ୧୦.୮, ଭୁବନେଶ୍ବରରେ ୧୩ ଏବଂ କଟକରେ ୧୨.୪ଡିଗ୍ରୀ ରହିଛି ।







