ଓଡ଼ିଶା

ଟ୍ରାକ୍ଟର-ବାଇକ ମୁହାଁମୁହିଁ, ୨ ମୃତ, ଜଣେ ଆହତ

ବାଲୁଗାଁ :  ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା  । ଦୁଇ ମୃତ, ଜଣେ ଆହତ  ।  ବାଇକରେ ତିନିଜଣ କ୍ରିକେଟ ଖେଳିବାକୁ ପ୍ରତାପ ଗ୍ରାମ ଅଭିମୁଖେ ଯାଉଥିବା ବେଳେ  ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ତିନି ଜଣ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।  ଦୁର୍ଘଟଣା ଘଟିଛି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ନିକଟସ୍ଥ ବନବାସପୁର ଗ୍ରାମ ନିକଟରେ  ।  ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି  ତିନି ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଇଥିଲେ  ।  ପରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ, ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଛନ୍ତି  । ଦୁର୍ଘଟଣା  ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି  ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL