ଭୁବନେଶ୍ୱର : ଶିଶୁପାଳଗଡ଼ର ଇଲା ସାହିରେ ଛୁରାମାଡ । ଜଣେ ସିଭିଲ ଇଂଜିନିୟରଙ୍କୁ ଛୁରାମାଡ । ଘର ସାମ୍ନାରେ ଚାରି ଜଣ ଦୁର୍ବୃତ୍ତ ଛୁରାମାଡ କରିଛନ୍ତି । ଥାନାରେ ଅଭିଯୋଗ କରିବାରୁ ଛୁରାମାଡ । ସିଭିଲ ଇଞ୍ଜିନିୟର ବିଜୟ କୁମାର ସାହଙ୍କୁ ଛୁରାମାଡ । ବିଜୟ ମୁମ୍ବାଇରେ କାମ କରନ୍ତି । ସେ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ଘର ସାମ୍ନାରେ ଛୁରାମାଡ କରିଥିଲେ ଦୁର୍ବୃତ୍ତ ।
ଦାଦାବଟିକୁ କେନ୍ଦ୍ର କରି ଏଭଳି ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆହାତ ବିଜୟ । ଛୁରା ମାଡ଼ ପରେ ରକ୍ତାକ୍ତ ଅବସ୍ଥାରେ ଥାନାକୁ ଦଉଡ଼ିଥିଲେ ସେ । ଖବର ପାଇ ଥାନା ଟିମ୍ ପହଞ୍ଚିଥିଲା । ପିସିଆର ୧୨ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏନେଇ ତାଙ୍କ ପତ୍ନୀ କହିଛନ୍ତି ଯେ ଶିଶୁପାଳ ଗଡ଼ର କିଛି ଦୁର୍ବୃତ୍ତ ନିଶା ଖାଇ ଉତ୍ପାତ କରନ୍ତି । ଗତକାଲି ତାଙ୍କ ଘରକୁ ଆସୁଥିବା ଲୋକଙ୍କୁ ଟଙ୍କା ମାଗିଥିଲେ । ଏନେଇ ବିରୋଧ କରିବାରୁ ତାଙ୍କୁ ଟାର୍ଗେଟ କରିଥିଲେ । ଗତକାଲି ଏନେଇ ଥାନାରେ ରିପୋର୍ଟ ଦେଇଥିଲେ । ଥାନାରେ କାହିଁକି ରିପୋର୍ଟ କଲ ବୋଲି କହିବା ସହ ଏଭଳି ସଙ୍ଘବଦ୍ଧ ଆକ୍ରମଣ କରିଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି ।







