ଗୋଆ : ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ । ଯାହାଫଳରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ନର୍ଥ ଗୋଆର ଅରପୁରାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଶନିବାର ରାତିରେ ପାର୍ଟି ଚାଲିଥିବାବେଳେ କ୍ଲବରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ପରେ ଚାରିଆଡ଼େ ନିଆଁ ଲାଗିଯାଇଥିଲା । ମୃତକଙ୍କ ମଧ୍ୟରେ ୨୦ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ୩ରୁ ୪ ଜଣ ପର୍ଯ୍ୟଟକ ଥିବାବେଳେ ଅଧିକାଂଶ କ୍ଲବର କିଚେନ୍ କର୍ମଚାରୀ ବୋଲି ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। କ୍ଲବ ମ୍ୟାନେଜମେଣ୍ଟ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ, ୨୩ ମୃତ




