ଓଡ଼ିଶା

ଭୁବନେଶ୍ୱରରେ ଖୋଲିବ ଆଉ ୨ ନୂଆ ତହସିଲ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ଆଉ ଦୁଇଟି ତହସିଲ୍ । ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ସହରରେ ଦିନକୁ ଦିନ ଜମି କିଣାବିକା ବହୁ ମାତ୍ରାରେ ହେବାରେ ଲାଗିଥିବାବେଳେ, ଲୋକଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବିଜ୍ଞପ୍ତି ପ୍ରକାଶ ପରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି ।

ଖବର ମୁତାବକ, ରାଜଧାନୀର ରସୁଲଗଡ଼ ଓ ଖଣ୍ଡଗିରି ପଟେ, ଜମି କିଣାବିକା ଅଧିକ ହେଉଛି । ଜମି କିଣାବିକା, ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସମସ୍ୟା ହେଲେ ଲୋକଙ୍କୁ କଳ୍ପନାରେ ଥିବା ସହସିଲ କାର୍ଯ୍ୟାଳୟକୁ ଯିବାକୁ ପଡୁଛି । ତେଣୁ ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ୱର ତହସିଲ ଅଧୀନରେ ସୁନ୍ଦରପଦା, ଭୁବନେଶ୍ୱର, ଇତିପୁର, ଧଉଳି ଓ ଶିଶୁପାଳ ଭଳି ୯ଟି ଆର୍‌ଆଇ ସର୍କଲ ରହିବାକୁ ଯୋଜନା ହୋଇଛି । ସେହିଭଳି ନୂଆ ଖୋଲା ହେବାକୁ ଥିବା ରସୁଲଗଡ଼ ଅଞ୍ଚଳରେ ଗାଡ଼କଣ, ବାସୁଆଘାଇ, ଲକ୍ଷ୍ମୀସାଗର, ଗଡ଼ଗୋବିନ୍ଦପ୍ରସାଦ, ପାଣ୍ଡରାକୁ ମିଶାଇ ୯ଟି ଆର୍‌ଆଇ ସର୍କଲ ରହିବ । ଖଣ୍ଡଗିରିରେ ହେବାକୁ ଥିବା ଆର୍‌ଆଇ ସର୍କଲରେ ପାଇକରାପୁର, ପାତ୍ରପଡ଼ା, ଜାଗମରା, ତମାଣ୍ଡୋ, ଘାଟିକିଆ ସମେତ ୧୦ଟି ସର୍କଲ ରହିବ । ଏହା ସରକାରୀ ଅନୁମୋଦନ ପାଇବା ପରେ ନୂଆ ତହସିଲ ଅଞ୍ଚଳକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL