ପୁରୀ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିଲାଗି ବିଧିବଦ୍ଧ ବ୍ୟବସ୍ଥା ହେଉ। ଦୀର୍ଘ ଦିନ ଧରି ଦର୍ଶନକୁ ନେଇ ଯେଉଁ ସମସ୍ୟା ଲାଗି ରହୁଛି ତାହାର ସମାଧାନ କରାଯାଉ। ଏଭଳି ଦାବି କରିଛନ୍ତି ପୁରୀ ସହରବାସୀ।
ରବିବାର ପୁରୀ ସହରର ଶତାଧିକ ବାସିନ୍ଦା ଏଭଳି ଦାବି କରି ଧାରଣା ଦେଇଥିଲେ। ସେମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦୀପ ଜାଳି ଧାରଣାରେ ବସିଥିଲେ। ବହୁ ସଂଖ୍ୟାରେ ମହିଳା ଓ ପୁରୁଷମାନେ ମନ୍ଦିର ଆଗରେ ବସି ଦାବି ଜଣାଇଥିଲେ। ଦୀପ ଜାଳିବା ସହିତ ସେମାନେ ଜଗନ୍ନାଥଙ୍କ ଜଣାଣ ଗାଉଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ହୋଇପାରୁ ନ ଥିବା ଶ୍ରଦ୍ଧାଳୁମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ଦର୍ଶନ ପାଇଁ ଶ୍ରଦ୍ଧାଳୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ମହିଳାମାନେ ହରିବୋଲ ହୁଳହୁଳି ପକାଇ ଦାବି ଉପସ୍ଥାପନ କରିଥିଲେ।
ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବିରେ ଗୁଣ୍ଡିଚା ମନ୍ଦିର ଆଗରେ ପୁରୀବାସୀଙ୍କ ଧାରଣା







