ଓଡ଼ିଶା

କୁଖ୍ୟାତ କମାଣ୍ଡର ସହ ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ କେନ୍ଦ୍ରୀୟ କମିଟି ସଦସ୍ୟ (ସିସିଏମ୍) ରାମଧେର ମାଜ୍ଜି ତାଙ୍କ ୧୧ ଜଣ ସହଯୋଗୀଙ୍କ ସହିତ ଆଜି ସକାଳେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି । ସେମାନଙ୍କଠାରୁ ଏକେ-୪୭, ୩୦ କାର୍ବନ ରାଇଫଲ୍, ଆଇଏନଏସ ରାଇଫଲ୍, ଏବଂ ଏସଏଲଆର ସମେତ ମାରାତ୍ମକ ଜବତ କରାଯାଇଛି।

ରାମଧେର ମାଜ୍ଜି କୁଖ୍ୟାତ ନକ୍ସଲବାଦୀ ନେତା ହିଡମାର ଜଣେ ଘନିଷ୍ଠ ବିଶ୍ୱାସୀ ବୋଲି ଜଣାପଡିଛି। ରାମଧେର ଉପରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା । ଆତ୍ମସମର୍ପଣ କରିଥିବା ୧୨ ଜଣ ମାଓ କ୍ୟାଡରଙ୍କ ମଧ୍ୟରେ ଅଛନ୍ତି ରାମଧେର ମାଜ୍ଜୀ , ତିନି ଜଣ ଡିଭିଜନାଲ୍ ଭାଇସ୍ କମାଣ୍ଡର ଏବଂ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ । ଆତ୍ମସମର୍ପଣ ପରେ ଏମଏମସି ଜୋନ୍ (ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼)କୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL