ଓଡ଼ିଶା

ଏବେ ବଢ଼ିବନି ପାଚିକାଙ୍କ ଦରମା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର :  ଏବେ ବଢ଼ିବନି ପାଚିକାଙ୍କ ଦରମା । ପୂର୍ବରୁ ପାଚିକାମାନେ ମାସକୁ ୨ ହଜାର ଟଙ୍କା ଦରମା ପାଉଥିଲେ । ବିଜେପି ସରକାର ପାଚିକାଙ୍କ ଦରମା ୩ ହଜାର ଟଙ୍କାଙ୍କୁ ବୃଦ୍ଧି କରିଛନ୍ତି । ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ । ଦରମା ବୃଦ୍ଧି ପାଇଁ ବାରମ୍ବାର ଆନ୍ଦୋଳନ କରିବା ଠିକ ନୁହେଁ । ଆନ୍ଦୋଳନରୁ ଓହରି ପାଚିକମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅପିଲ କରିଛନ୍ତି ।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ । ସେପଟେ ବିଜେପି ସରକାର ଆସିବା ପରେ ପାଚିକାଙ୍କ ଦରମା ୩ ହଜାର ଟଙ୍କାକୁ ବୃଦ୍ଧିକୁ ମହାସଂଘ ସଭାପତି ସ୍ବୀକାର କରିଛନ୍ତି । ସେ କହିଛନ୍ତି, ସରକାରଙ୍କ ପାଖରେ ୭ ଦଫା ଦାବି ଉପସ୍ଥାପନା କରାଯାଇଛି । ଦରମା ବୃଦ୍ଧି ସେଥିମଧ୍ୟରୁ ଗୋଟିଏ । ଯଦି ଏହା ମନ୍ତ୍ରୀଙ୍କ ପାଇଁ ଗ୍ରହଣୀୟ ନୁହେଁ ତେବେ ଅନ୍ୟ ୬ ବିଷୟରେ ମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ ମନ୍ତ୍ରୀ ବୋଲି ମହାସଂଘର ସଭାପତି ଅନୁରୋଧ କରିଛନ୍ତି । ୭ ଦଫା ଦାବିରେ ପାଚିକାମାନେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଛନ୍ତି । ଗାନ୍ଧୀମାର୍ଗରେ ଧାରଣା ସ୍ଥଳରେ ୯ ଜଣ ପାଚିକା ଅସୁସ୍ଥ ହୋଇପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL