ଗୋଆ : ଇଣ୍ଡିଗୋ ଫ୍ଲାଇଟରେ ମାଲିକ ଛୁ । ଅଗ୍ନିକାଣ୍ଡର ୬ ଘଣ୍ଟା ପରେ ଫୁକେଟ୍ ପଳାଇଲେ ୨ ମାଲିକ । ଦିଲ୍ଲୀର ଉଦ୍ୟୋଗପତି ସୌରଭ ଓ ଗୌରଭ ଲୁଥ୍ରା ରବିବାର ଭୋର ୫ଟା ୩୦ରେ ଇଣ୍ଡିଗୋ ଫ୍ଲାଇଟ (6E 1073)ରେ ଫୁକେଟ ପଳାଇଛନ୍ତି । ଏହି ଘଟଣାରେ କ୍ଲବ ମାଲିକଙ୍କ ବିରୋଧରେ ପରିଚାଳନାଗତ ଅବ୍ୟବସ୍ଥା ଏବଂ ଏକାଧିକ ନିୟମ ଉଲ୍ଲଂଘନ କରିଥିବାର ଅଭିଯୋଗ ରହିଛି । ଶନିବାର ଗୋଆର ‘ବର୍ଚ ବାଏ ରୋମିଓ ଲେନରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୋଆ ସରକାର ଏହି ଦୁର୍ଘଟଣା ପରେ ଗୋଆ ନାଇଟ କ୍ଲବର ମାଲିକମାନଙ୍କ ବିରୋଧରେ ନୋଟିସ ଜାରି କରିଥିଲେ । ତେବେ ସେମାନେ ଅଗ୍ନିକାଣ୍ଡର ମାତ୍ର ୬ ଘଣ୍ଟା ପରେ ଦେଶ ଛାଡି ଚାଲି ଯାଇଥିବା ଜଣାପଡିଛି । ଗତ ଶନିବାର ରାତି ପ୍ରାୟ ୧୧:୪୫ରେ ଗୋଆ ନାଇଟ କ୍ଲବରେ ନିଆଁ ଲାଗିଥିଲା ।
ଦିଲ୍ଲୀ ବିମାନବନ୍ଦରରୁ ଯାତ୍ରା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଗୋଆ ପୋଲିସ ଗତକାଲି ସେମାନଙ୍କ ବିରୋଧରେ ହତ୍ୟା ଉଦ୍ଦେଶ୍ୟ ନ ରଖି ପ୍ରାଣହାନି ଘଟାଇବା ଅଭିଯୋଗରେ ମାମଲା ରୁଜୁ କରିଥିଲା । ପୋଲିସର ଏକ ଟିମ୍ ସେମାନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲା । ସେମାନେ ଅନୁପସ୍ଥିତ ଥିବାରୁ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଥିଲା । କିନ୍ତୁ ସେତେବେଳକୁ ଦୁଇ ଭାଇ ଦେଶ ଛାଡି ସାରିଥିଲେ, ଯାହା ସୂଚାଉଛି ଯେ କର୍ତ୍ତୃପକ୍ଷ ଧରିବା ପୂର୍ବରୁ ସେମାନେ ତରବରିଆ ଭାବେ ଖସି ପଳାଇଥିଲେ । ତଦନ୍ତରୁ ବର୍ତ୍ତିବା ପାଇଁ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ପୋଲିସ କହିଛି । ଏବେ ସେମାନଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଗୋଆ ପୋଲିସ ଇଣ୍ଟରପୋଲ ଏବଂ ସିବିଆଇ ସହ ଯୋଗାଯୋଗ କରୁଛି । ଏପଟେ କେବେ ତୁଟିବ ଇଣ୍ଡିଗୋ ସଙ୍କଟ । ଲଗାତାର ଅଷ୍ଟମ ଦିନରେ ଜାରି ରହିଛି ଅଚଳାବସ୍ଥା ।






