ଓଡ଼ିଶା

ପୋଲ ତଳକୁ ଖସିଲା ବାଇକ୍ ୨ ମୃତ

ନୟାଗଡ଼ : ବାଇକ୍ ଦୁର୍ଘଟଣାରେ ବ୍ରିଜ ତଳକୁ ଖସି ଦୁଇ ଜଣଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ା ଝୋଲା ଫାଣ୍ଡି ନିକଟସ୍ଥ ବେରୁଆବାରୀ ପଂଚାୟତର ତୋରିଗାଡିଆ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ଗତ ରାତିରେ ୨ ଜଣ ଯୁବକ ବାଇକ ଯୋଗେ ଓଡଗାଁ ଅଭିମୁଖେ ଆସୁଥିଲେ । ନିଶାସକ୍ତରେ ଥିବାରୁ ବ୍ରିଜରେ ବାଇକ ଦୁର୍ଘଟଣା ଘଟାଇ ବ୍ରିଜ ତଳେ ପଡି ମୃତ୍ୟୁବରଣ କରିଥିବା ସୂଚନା ରହିଛି ।

ଯୁବକ ପୋଲ ତଳେ ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକ ହେଲେ ଗିରିଡିପଲ୍ଲୀ ପଂଚାୟତର ଢୋଉଝୋଲା ଗାଁର । ଖବର ପାଇ ବାହାଡ଼ା ଝୋଲା ଫାଣ୍ଡି ଅଧିକାରୀ ଓ ଓଡ଼ଗାଁ ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଓଡ଼ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL