ଓଡ଼ିଶା

ଫାଟିଲା ଗ୍ୟାସ ସିଲିଣ୍ଡର: ବର୍ତ୍ତିଗଲେ ପରିବାର

ଦେବଗଡ଼: ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ପରିବାର । ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳରେ ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ରେ ପରିବାର କାହାର କ୍ଷତି ହୋଇ ନଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ବାରକୋଟ ଅଞ୍ଚଳର ଅନୂଲ୍ୟ ନାଥଙ୍କ ଘର ଭିତରେ ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଭାଗ୍ୟବଶତଃ ଏଥିରେ ପରିବାର କୌଣସି କ୍ଷତି ହୋଇନାହିଁ । ଗ୍ୟାସ ସିଲିଣ୍ଡରଟି ଘର ସମ୍ମୁଖ ପୋର୍ଟିକୋରେ ରହିଥିବା ବେଳେ ବିଳମ୍ବିତ ରାତିରେ ନିଆଁ ଲାଗି ଫାଟିଯାଇଛି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବିଷ୍ପୋରଣରେ ଘର କାନ୍ଥର ପ୍ଳାଷ୍ଟର ଛାଡ଼ି ଯାଇଛି । ଅଗ୍ନିକାଣ୍ଡରେ କାର ଓ ବାଇକ୍ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL