ଭୁବନେଶ୍ବର: ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ଏବଂ ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ସଂଶୋଧନ ବିଲ୍ ଗୃହୀତ ହେଲା। ବିଧାୟକଙ୍କ ଦରମା ୧ ଲକ୍ଷ ୧୧ ହଜାରରୁ ୨ ଲକ୍ଷ ୭୮ ହଜାର ଟଙ୍କା ହେଲା । ସେହିପରି ମନ୍ତ୍ରୀଙ୍କ ଦରମା ଓ ଭତ୍ତା ୩ ଲକ୍ଷ ୮୦ ଟଙ୍କା ହେଲା । ଅଧିବେଶନ ସମୟରେ ବିଧାୟକଙ୍କ ଭତ୍ତା ୧୫ ଶହରୁ ୩୦୦୦କୁ ବୃଦ୍ଧି ହେଲା ।
ଦୈନିକ ଗସ୍ତ ଖର୍ଚ୍ଚ ୨ ହଜାର ଏବଂ ରାଜ୍ୟ ବାହାରକୁ ଗସ୍ତ କଲେ ୧୦ ହଜାର ଟଙ୍କା ମିଳିବ । ମାସିକ ଯାନବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର ଟଙ୍କା ମିଳିବ । ବିଜୁଳି ବିଲ୍ ପାଇଁ ୫ ହଜାର ବଦଳରେ ମିଳିବ ୨୦ ହଜାର ଟଙ୍କା । ସେହିପରି ଚିକିତ୍ସା ଖର୍ଚ୍ଚ ୫ ହଜାର ବଦଳରେ ୩୫ ହଜାର ଟଙ୍କା, ଗାଡ଼ି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ମିଳିବ । କ୍ବାର୍ଟର୍ସ ମିଳିନଥିବା ବିଧାୟକଙ୍କ ରହଣୀ ପାଇଁ ଦିନକୁ ୨ ହଜାର ଟଙ୍କା ମିଳିବ ।







