ଜାତୀୟ

ଭାରତୀୟ ଚାଉଳ ଉପରେ ଲାଗିବ ନୂଆ ଟାରିଫ, ସଙ୍କେତ ଦେଲେ ଟ୍ରମ୍ପ

ଆମେରିକା : ଟ୍ରମ୍ପଙ୍କ ନୂଆ ଚେତାବନୀ । ଭାରତୀୟ ଚାଉଳ ଓ କାନାଡାର ସାର ଉପରେ ଲାଗିପାରେ ଅଧିକ ଟ୍ୟାକ୍ସ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଚାଉଳ ଓ କାନାଡାର ସାର ଉପରେ ନୂଆ ଶୁଳ୍କ ବା ଟାରିଫ ଲଗାଇବା ନେଇ ସଙ୍କେତ ଦେଇଛନ୍ତି । ହ୍ୱାଇଟ୍ ହାଉସ୍ ରେ ଆମେରିକୀୟ ଚାଷୀଙ୍କ ବୈଠକରେ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି । ଭାରତ, ଭିଏତନାମ ଓ ଥାଇଲ୍ୟାଣ୍ଡ ଭଳି ଦେଶ ଆମେରିକା ବଜାରରେ ଅତି ଶସ୍ତାରେ ଚାଉଳ ବିକ୍ରି କରୁଛନ୍ତି । ଏହା ଦ୍ୱାରା ଆମେରିକା ଚାଷୀ ଉଚିତ ମୂଲ୍ୟ ପାଉନାହାନ୍ତି ଏବଂ କ୍ଷତି ସହୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ସେମାନେ ଏଭଳି ଡମ୍ପିଂ କରିବା ଉଚିତ ନୁହେଁ, ମୁଁ ଏହାର ସମାଧାନ କରିବି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।

ଆମେରିକା ଭିତରେ ସାର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରମ୍ପ କାନାଡାରୁ ଆସୁଥିବା ସାର ଉପରେ ମଧ୍ୟ କଡ଼ା ଟ୍ୟାକ୍ସ ଲଗାଇବାକୁ ଚେତାବନୀ ଦେଇଛନ୍ତି । ଆମେରିକା ଚାଷୀ ମୁଦ୍ରାସ୍ଫୀତି ଏବଂ କମ୍ ବଜାର ଦର ଯୋଗୁଁ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କୁ ଆଶ୍ୱାସନା ଦେବା ପାଇଁ ଟ୍ରମ୍ପ କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି । ପୂର୍ବରୁ ଅଗଷ୍ଟରେ ରୁଷିଆଠାରୁ ତେଲ କିଣିବା ଓ ବାଣିଜ୍ୟ ନୀତିକୁ ନେଇ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବଢ଼ାଇ ସାରିଛନ୍ତି । ବର୍ତ୍ତମାନ ଚାଉଳ ଉପରେ ନୂଆ କଟକଣା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିପାରେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL