ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ । ମାର୍ଚ୍ଚ ୧୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୩ ମାର୍ଚ୍ଚରେ ହେବ । ଓଡ଼ିଆ ପରୀକ୍ଷା ବ୍ୟତୀତ ଅନ୍ୟ ସବୁ ଭାଷାର ପରୀକ୍ଷା ମାର୍ଚ୍ଚ ୨୩ରେ ହେବ । ମାର୍ଚ୍ଚ ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ମାର୍ଚ୍ଚ ୨୫ରେ ହେବ । ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ଏହି ସୂଚନା ଦେଇଛନ୍ତି ।
ଆସନ୍ତା ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏହା ମାର୍ଚ୍ଚ ୩୧ ଯାଏ ଚାଲିବ । ଏଥର ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୪ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ। ଡିସେମ୍ବର ୧୫ରୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ କାର୍ଡ। ଦିନ ୧୦ଟାରୁ ଅପରାହଣ ୨ଟା ଯାଏ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି । ଏଆଇ ନଜରରେ ସବୁ ହବ୍ ରହିବ ।







